ବାଲେଶ୍ୱର ଜିଲ୍ଲା ଖଇରା ଯୋଗ ସମିତି ତରଫରୁ ପ୍ରଶସ୍ତ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି l

ଖଇରା,୧/୬-ବାଲେଶ୍ବର ଜିଲ୍ଲା ଖଇରା ଯୋଗ ସମିତି ତରଫରୁ ଜିଲ୍ଲା ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ନହଙ୍ଗ ବେଲଗଡିଆ ପଡିଆଠାରେ ସକାଳ ୭ ଘଟିକା ସମୟରେ ପ୍ରଶସ୍ତ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଯଥା ବସ୍ତା, ଜଳେଶ୍ବର, ରେମୁଣା, ନୀଳଗିରି, ଔପଦା,ଖଇରା,କୁପାରୀ ଅଞ୍ଚଳରୁ ଯୋଗ ଶିକ୍ଷକମାନେ ଉପସ୍ଥିତ ହୋଇଥିଲେ । 
ଜିଲ୍ଲା ପ୍ରଚାରକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ଯରେ ନିତ୍ଯ ନୈମିତ୍ତ ଯୋଗାଭ୍ଯାସ ଜାରି ରଖିଲେ ସମାଜର  ଦୁଃସ୍ଥ ଜନତାଙ୍କୁ ସୁସ୍ଥ ରଖିପାରିବାରେ ଯୋଗ ଶିକ୍ଷକ ମାନଙ୍କର ଭୂମିକା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗ ପ୍ରଭାରୀ ପ୍ରଶାନ୍ତ କୁମାର ଦାସ, ଯୋଗ ଶିକ୍ଷିକା କୌଶଲ୍ଯା ସାମଲ,ମାମିନାରାଣୀ କର,ନୟନା ମଲ୍ଲିକ, ଭୂବନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ବୈଠକ ଶେଷରେ ଯୋଗ ସ୍କିଲ୍ ଡେଭଲେପମେଣ୍ଟ ଜରିଆରେ କରାଯାଇଥିବା ପରୀକ୍ଷାରେ ଉତ୍ତିର୍ଣ୍ଣ ସମସ୍ତ ସଭ୍ଯ/ସଭ୍ଯାମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା ।

Post a Comment

0 Comments