ଗୁରୁପୂର୍ଣ୍ଣିମା ଏବଂ ବୈତରଣୀ ସପ୍ତମ ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ଓ ଆଲୋଚନା l

ବ୍ରହ୍ମପୁର, 16/07: ଶ୍ରୀ ମାଁ ବାରାହୀ ଦିବ୍ୟଚେତନା ପରିବାର ତରଫରୁ 16.07.2019 ମଙ୍ଗଳବାର ଦିନ ଗୋସାଇଁ ନୁଆଁଗାଁ ଜଗନ୍ନାଥ ମଂଦିର ଉତ୍ତରେଶ୍ଵର ଭବନଠାରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ପଣ୍ଡିତ ଗୁରୁଶ୍ରୀ ଗୌରୀଶଙ୍କର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ 'ଗବେଷଣାତ୍ମକ ଆଧ୍ୟାତ୍ମିକ ସାହିତ୍ୟ ଚେତନା ପରିଷଦ' ଆନୁକୁଳ୍ୟରେ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା "ବୈତରଣୀ"ର ସପ୍ତମ ବାର୍ଷିକ ସ୍ଵନକ୍ଷତ୍ର ସଂଖ୍ୟା ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଥିଲା l ତତ୍ସହ ଗୁରୁଦେବଙ୍କ ସ୍ୱରଚିତ ପୁସ୍ତକ "ଅଗ୍ରପୂଜ୍ୟ ଶ୍ରୀ ଗଣନାଥ" ଏବଂ "ଅମୃତମୟ ବ୍ରହ୍ମଜ୍ଞାନ ଓ ଗୀତାଜ୍ଞାନ" ଦ୍ବୟ ଉନ୍ମୋଚନ ହୋଇଥିଲା l ଉକ୍ତ ଉତ୍ସବରେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ଶ୍ରୀ ରଘୁନାଥ ଦାସମହାପାତ୍ର ମୁଖ୍ୟବକ୍ତା, ଆଧ୍ୟାତ୍ମିକ ପତ୍ରିକା ଶ୍ରୀ ଗୁଣ୍ଡିଚାର ସମ୍ପାଦକ ଶ୍ରୀ ଲଷ୍ମୀନାରାୟଣ ପଟ୍ଟନାୟକ(ପୁରୀ), ଶ୍ରୀ ମଦନ ମୋହନ ମହାପାତ୍ର (ପୁରୀ), ଯୋଗପଲ୍ଲବର ସମ୍ପାଦକ ଡ଼ଃ ରମାକାନ୍ତ କର (ପୁରୀ), ଅଷ୍ଟଭୁଜା ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପିତାମ୍ବର ନାଏକ(ବଲାଙ୍ଗୀର), ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଡ଼ଃ ଗଣେଶ ପ୍ରସାଦ ତ୍ରିପାଠୀ ଶର୍ମା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ବ୍ରହ୍ମପୁର) ଶ୍ରୀ ସୁଶାନ୍ତ ଦାଶ,  ଗୋସାଇଁ ନୁଆଁଗାଁ ଜଗନ୍ନାଥ ମଂଦିର ପରିଚାଳକ ଶ୍ରୀ ପଞ୍ଚାନନ ଚୌଧୁରୀ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ଗୁରୁପୂର୍ଣ୍ଣିମାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାସହ ସମାଜରେ ଶାନ୍ତି ଓ ସୌହାର୍ଦ୍ୟର ବାତାବରଣ ସୃଷ୍ଟି କରିବାରେ ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଇଥିଲେ l
ଡ଼ଃ ରମାକାନ୍ତ କରଙ୍କୁ 'ବେଦ ବିଶାରଦ' ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, ଶ୍ରୀ ଲଷ୍ମୀନାରାୟଣ ପଟ୍ଟନାୟକଙ୍କୁ 'ଜ୍ଞାନଯୋଗୀ' ସମ୍ମାନ, ଶ୍ରୀ ପିତାମ୍ବର ନାଏକଙ୍କୁ 'ଜ୍ଞାନବାରିଧି', ଡ଼ଃ ସନ୍ତୋଷ ଦାଶଙ୍କୁ 'ଜ୍ଞାନ ସାଗର', ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କୁ 'ଜ୍ଞାନପ୍ରଭା', ଶ୍ରୀମତୀ ସ୍ଵର୍ଣ୍ଣମୟୀ ପାଢ଼ୀଙ୍କୁ 'ଜ୍ଞାନମଞ୍ଜରୀ' ଏବଂ ଶ୍ରୀ ବି. ସତ୍ୟମ ଆଚାରୀଙ୍କୁ 'ଜ୍ଞାନସାର' ସମ୍ମାନରେ ସମ୍ମାନିତ କରାଯାଇଥିଲା l ବ୍ୟାସପୂର୍ଣ୍ଣିମା ଅବସରରେ ଭଗବାନ ଶ୍ରୀ ବ୍ୟାସଦେବଙ୍କୁ ସ୍ୱତନ୍ତ୍ର ପାଦୁକା ପୂଜା ସହ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ ଏବଂ ଶ୍ରୀମାଁ ବାରାହୀ ଦିବ୍ୟଚେତନା ପରିବାରର ଭକ୍ତବୃନ୍ଦ ଆକଣ୍ଠ ମନରେ ସହଯୋଗ ଓ ପରିଚାଳନା କରିଥିଲେ l
(ନରେଶ କୁମାର ବେହେରା, Odisha Files)

Post a Comment

0 Comments