ପ୍ରଥମ ରାଜ୍ୟସ୍ତରୀୟ ପୌରାଣିକ ନାଟକ ପ୍ରତିଯୋଗିତା ଉଦଘାଟିତ


ବ୍ରହ୍ମପୁର,୧/୭- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ସ୍ଥାନୀୟ ପ୍ରକାଶ ହଲଠାରେ ଲୋକକଳା ଉତ୍ସବ ଏବଂ ପୁସ୍ତକ ବିକାଶ ଅଭିଯାନ ଅବସରରେ ମଞ୍ଚଜ୍ଯୋତି ଏବଂ ସଂସାର ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ଯ ସ୍ତରୀୟ ପୌରାଣିକ ନାଟକକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିସହିତ ଶ୍ରୀ ସାହୁ ତାଙ୍କ ବକ୍ତବ୍ଯରେ ସମାଜରେ ନୈତିକତାର ଅଭାବବୋଧ ଭିତରେ ପୌରାଣିକ ନାଟକ ପରିବେଷଣର ଆବଶ୍ୟକତା ରହିଛି ବୋଲି ଉଦବୋଧନ ଦେଇଥିଲେ । ଏହି ଅବସରରେ ଇଂ ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟବକ୍ତା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବରିଷ୍ଠ କଳାକାର କେ.ବଳରାମ ଦାସ,ପ୍ରାକ୍ତନ ବିଧାୟକ  ଡା. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ, ବିଡିଏ ଅଧ୍ଯକ୍ଷ ସୁବାସ ମହାରଣା,ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରମେଶ ଚନ୍ଦ୍ର ସାହୁ,ରବିନ୍ଦ୍ର ପ୍ରଧାନ ପ୍ରଭାତ କୁମାର ବେହେରା, ଅକ୍ଷୟ କୁମାର କର୍ଣ୍ଣ,ଅଚ୍ଯୁତ ବେହେରା, ଡା. ତିରୁପତି ସାହୁ,ନାଟ୍ଯକାର ତ୍ରିପତି ନାୟକ ପ୍ରମୁଖ କବି ଓ କଳାକାର ମାନଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚଜ୍ଯୋତିର ସଂ ମ୍ପାଦକ ସୁବାସ ଚନ୍ଦ୍ର ସାହୁ(ରୋଶନ୍) ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟକ ପ୍ରତିଯୋଗିତାର ପ୍ରଥମ ନାଟକ ସୁରଳ ସ୍ଥିତ ଶ୍ରୀ ଶ୍ରୀ ନରସିଂହ ନାଟ୍ଯ ସଂଘ ପ୍ରଯୋଜିତ ତଥା ଡା. ତିରୁପତି ସାହୁଙ୍କ ନିର୍ଦ୍ଦେଶିତ ପୌରାଣିକ ନାଟକ "ଲକ୍ଷ୍ମଣ ରେଖା" ପରିବେଶିତ ହୋଇଥିଲା । ପରିଶେଷରେ ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଦୂର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି ସାମ୍ବାଦିକ ତଥା  ନରେନ୍ଦ୍ର ପ୍ରସାଦ ବେହେରା ମଞ୍ଚଜ୍ଯୋତିର ସମ୍ପାଦକ ସୁବାସ ଚନ୍ଦ୍ର ସାହୁଙ୍କ ଆମନ୍ତ୍ରଣକ୍ରମେ ଯୋଗ ଦେଇଛନ୍ତି ଏବଂ ପାଞ୍ଚଦିନଧରି ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମର ଉଦଯାପନି ଦିବସ ପର୍ଯ୍ୟନ୍ତ ରହି  ପ୍ରତିଦିନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ବେହେରା  ପ୍ରକାଶ କରିଛନ୍ତି ।

Post a Comment

0 Comments