ଗଜପତି ଜିଲ୍ଲା ଭିସ୍ତାଲା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏକ ଅପରାଧିକ ଘଟଣା

ଗଜପତି, ୩୧/୦୭: ଗତ 22 ଜୁଲାଇ ୨୦୧୯ତାରିଖରେ ଗଜପତି ଜିଲ୍ଲାର ହାଡୁଭଙ୍ଗୀ ପଞ୍ଚାୟତର ଭିସ୍ତାଲା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା ଏକ ଅପରାଧିକ ଘଟଣା।  ସମୟ ପ୍ରାୟ ଦିନ ଦ୍ଵିପହର ସାଢେ ତିନିଟା । ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପୁର୍ଣିମା ପଣ୍ଡା ପିଲାମାନଙ୍କୁ ପାଠ ପଢାଉଠନ୍ତି। ହଠାତ୍ ଦୁଇଜଣ ଅଜଣା ଯୁବକ ବିଦ୍ୟାଳୟର ଚାରିକାନ୍ଥ ଭିତରକୁ ପଶିଆସିଥିଲେ । ଏବଂ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୃଷ୍ଣାବେଣୀ ନାଗବଂଶୀଙ୍କୁ ପୁର୍ଣିମା ପଣ୍ଡାଙ୍କୁ ମିଶିବପାଇଁ ଅନୁରୋଧ କରିଥିଲେ । ପୁର୍ଣିମା ପଣ୍ଡା ପ୍ରଧାନଶିକ୍ଷୟତ୍ରୀଙ୍କ କକ୍ଷକୁ ଆସିଥିଲେ । ସେଇ ଅଜଣା ଯୁବକ ଦୁଇଜଣ ପୂର୍ବ ଘଟିତ କିଛି କୋର୍ଟକେସ ବିଷୟରେ ପୁର୍ଣିମାଙ୍କ ସହ କଥାହେବାକୁ ଚାହୁଁଥିଲେ,ଏତିକିବେଳେ ସେଇ ଦୁଇଜଣଯୁବକଙ୍କ ମଧ୍ୟରୁ ଜଣକ ପଛପକେଟରେ ଏକ ଧାରୁଆ ଅସ୍ତ୍ରକୁ ଦେଖି ପୁର୍ଣିମା ଭୟଭୀତ ହୋଇ ନିଜ ଶ୍ରେଣୀଗୃହକୁ ଦଉଡି ପଳାଇଥିଲେ। 

ଏହାର ପ୍ରାୟ ପନ୍ଦର କୋଡିଏ ମିନିଟ ପରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୃଷ୍ଣାବେଣୀ ପୁର୍ଣିମାଙ୍କୁ ନିଜ କକ୍ଷକୁ ଡ଼ାକି ତାଙ୍କର ବ୍ୟକ୍ତିଗତ କୋର୍ଟକେସ ବିଷୟରେ ପଚାରିଥିଲେ । ପୁର୍ଣିମା ପଣ୍ଡା ଏହାର ବିରୋଧ କରି କହିଥିଲେ, ଯେ ଏହା ଏକ ମୋର ବ୍ୟକ୍ତିଗତ ମାମଲା ତେଣୁ ଆପଣଙ୍କୁ ଜଣାଇବା ଆବଶ୍ୟକ ମନେକରୁନି। ବିଦ୍ୟାଳୟକୁ ନେଇ ଯଦି କିଛି ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ମୁଁ ଅଲୋଚନା କରିବି କହି ଚାଲିଯାଇଥିଲେ । 
ଏଠି ପ୍ରଶ୍ନ ଉଠୁଛି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣାବେଣୀ କିପରି ଏକ ଅପରାଧିକ ଷଡଯନ୍ତ୍ରକୁ ପ୍ରଶ୍ରୟ ଦେଇଥିଲେ? ବିଦ୍ୟାଳୟର ପରିସର ଭିତରେ ଶିକ୍ଷାଗତ ବିଷୟକୁ ଛାଡି ଅଯଥା ବ୍ୟକ୍ତିଗତ ବିଷୟଗୁଡିକୁ ପଚାରି ସେ ପୁର୍ଣିମାପଣ୍ଡାଙ୍କୁ ମାନସିକ ଚାପଗ୍ରସ୍ତ କରିଥିଲେ । ଏବଂ ବିନା କୌଣସି ନିର୍ଦ୍ଧିଷ୍ଟ ସୂଚନା ନନେଇ କିପରି ସେ ଦୁଇଜଣ ଅଜଣା ଅସ୍ତ୍ରଶସ୍ତ୍ରଧାରୀ ଯୁବକଙ୍କୁ ପ୍ରବେଶପାଇଁ ଅନୁମତି ଦେଲେ? 
ରାୟଗଡ଼ାର ଟିକିରିସ୍ଥିତ ସ୍କୁଲ ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଏବଂ କଟକ ନିଆଳି ଆମ୍ବପଡ଼ା ସ୍କୁଲ ଶିକ୍ଷୟତ୍ରୀ ସୁଚିସ୍ମିତା ମୁଦୁଲିଙ୍କ ମରଣାନ୍ତକ ଆକ୍ରମଣକୁ ନିକ୍ଷେପ କଲେ ଜାଣିପାରିବ ଯେ ପ୍ରଶାସନ କିପରି ଶିକ୍ଷୟତ୍ରୀମାନଙ୍କୁ ସୁରକ୍ଷା ଦେବାରେ ଅସଫଳ ଅଛନ୍ତି ! ଆଜି ପୁର୍ଣିମାଙ୍କ ଭଳି ଅନେକ ଶିକ୍ଷୟତ୍ରୀ ଅସୁରକ୍ଷିତ । 

Post a Comment

0 Comments