ପ୍ରଥମ ରାଜ୍ଯସ୍ତରୀୟ ନାଟକ ପ୍ରତିଯୋଗିତାରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା

ଖଇରା,୧/୭(ନରେନ୍ଦ୍ର ପ୍ରସାଦ ବେହେରା)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ୨ୟ ସନ୍ଧ୍ୟାରେ ଆୟୋଜିତ   ପ୍ରଥମ ରାଜ୍ଯ ସ୍ତରୀୟ ପୌରାଣିକ ନାଟକ ପ୍ରତିଯୋଗିତାରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି,ଗାଳ୍ପିକ, ସଂଗ୍ରାହକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ମଞ୍ଚଜ୍ଯୋତିର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଓ ସଂସାର ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଉତ୍ତରୀୟ ଓ ମାନପତ୍ର ଦେଇ "ସମ୍ବାଦ ଶଶାଙ୍କ" ଉପାଧିରେ ଭୂଷିତ କରି ଉଭୟ ଅନୁଷ୍ଠାନକୁ ଗୌରବାନିତ୍ବ ମନେ କରିଛନ୍ତି । ଏହି ଉପଲକ୍ଷେ ବ୍ରହ୍ମପୁରସ୍ଥ ପ୍ରକାଶ ମହଲ ପରିସରରେ ଉଭୟ ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ, ମୁଖ୍ଯ ବକ୍ତାଭାବେ ଜିଲ୍ଲା ପ୍ରସାର ଭାରତୀ ପ୍ରତିନିଧି ଜ୍ଯୋତିରଞ୍ଜନ ଦାସ ଏବଂ ସମ୍ମାନିତ ଅତିଥି ଭାବେ ମେଜର ରମାରମଣ ପାଢୀ ଓ ନାଟ୍ଯକାର ତ୍ରିପତି ନାୟକ,ପଣ୍ଡିତ ଶିଶିର କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ହୋଇ ପୁନଶ୍ଚ ପୌରାଣିକ ନାଟକ କାର୍ଯ୍ୟକ୍ରମ ମାଧ୍ଯମରେ ସମାଜରେ ନୈତିକ ପ୍ରସାର ସାଧିତ ସମ୍ଭବ ବୋଲି ମତବ୍ଯକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପଣ୍ଡିତ ବିଶ୍ବନାଥ ବାଚଷ୍ପତି ବିଦ୍ଯାଭୂଷଣ,କବି ବିକ୍ରମାଦିତ୍ଯ ବାରିକ,ଶିକ୍ଷାବିତ୍ ଦାଶରଥି ପ୍ରଧାନ, ପାଲା ଗାୟିକା ନମିତା ଦାଶ,କବି ଶିଶିର କୁମାର ଶତପଥୀ, ନାଟ୍ଯ ସଂଗଠକ ସୀମାଞ୍ଚଳ କୁଣ୍ଡ,ନାଟ୍ଯ ନିର୍ଦ୍ଦେଶକ ଶଙ୍କର୍ଷଣ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।  ମଞ୍ଚଜ୍ଯୋତି ସମ୍ପାଦକ ସୁବାସ ଚନ୍ଦ୍ର ସାହୁ(ରୋଶନ) ସ୍ବାଗମ ଭାଷଣ ଦେଇଥିବାବେଳେ ସଂସାର ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଖରିଆଗୁଡା ସ୍ଥିତ ମା'ବନଦୁର୍ଗା ନାଟ୍ଯ ସଂଘ ପ୍ରଯୋଜିତ ନାଟକ "ସତୀ ଲୁହରେ ଜଳୁଛି ଲଙ୍କା"ପରିବେଷଣ କରାଯାଇଥିଲା ।

Post a Comment

0 Comments