ସମ୍ଭାବନା କରିଛି ସମ୍ଭବ l ଅଲସରେଟିଭ କୋଲାଇଟିସ ରୋଗରେ ପୀଡ଼ିତ ହୋଇ ଜୀବନ ଯନ୍ତ୍ରଣାରେ ହାରିଯାଇଥିବା ପିଲାଟି ଆଜି ପାଇଛି ନୂଆ ଜୀବନ l

ପଣସପଦା, ପୁରୀ: ସମ୍ଭାବନା କରିଛି ସମ୍ଭବ । ଅଲସରେଟିଭ କୋଲାଇଟିସ ରୋଗରେ ପୀଡ଼ିତ ହୋଇ ଜୀବନ ଯନ୍ତ୍ରଣାରେ ହାରିଯାଇଥିବା ପିଲାଟି ଆଜି ପାଇଛି ନୂଆ ଜୀବନ । ଏହା କେବଳ ସମ୍ଭବ କରିପାରିଛି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ , ପଣସପଦା । ବାଲ୍ୟ କାଳରୁ ଅନେକ ସ୍ବପ୍ନ ଦେଖିଥିଲା ମିଲନ ସାହୁ । ପାଠଶାଠ ପଢି ଭଲ ଚାକିରୀଟିଏ କରି ଘରର ଦାରିଦ୍ର୍ୟତା ଦୂର କରିବ । କିନ୍ତୁ ସମୟ ଆଗରେ ସେ ହାର ମାନିଯାଇଛି । ନିଜ ଘରର ଗୁଜୁରାଣ ମେଣ୍ଟାଇବା ପରିବର୍ତ୍ତେ ନିଜେ ଘର ଉପରେ ବୋଝ ହୋଇପଡିଛି । 
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଠପାଟଣା ଗ୍ରାମରେ ମିଲନଙ୍କ ଘର । ଏକ ଛୋଟ କୁଡ଼ିଆ ସଦୃଶ୍ୟ ଘରେ ରହୁଛନ୍ତି ମିଲନଙ୍କ ପରିବାର । ପରିବାର କହିଲେ ତାଙ୍କ ବୃଦ୍ଧ ବାପା, ମା, ଭିନ୍ନକ୍ଷମ ଭଉଣୀ ଓ ସାନଭାଇ । ବାପା ଭୀମସେନ ଦୀର୍ଘଦିନ ଧରି ପାରାଲିସିସ ରୋଗରେ ଶଯ୍ୟାଶାୟୀ । ବୋଉ କାମକୁ ଗଲେ ଦି ମୁଠା,  ଦି ଓଳି ଖାଇବାକୁ ମିଳେ । ଘରେ ଭିନ୍ନକ୍ଷମ ଭଉଣୀ ଓ ସାନଭାଇ ଅର୍ଥାଭାବ ରୁ ଅଧାରୁ ପାଠପଢା ଛାଡିଦେଇଛନ୍ତି । ଏଭଳି ସ୍ଥିତିରେ ମିଲନ ବା କରିବେ କଣ l ନିଜେ ଅଲସରେଟିଭ ରୋଗରେ ପୀଡିତ । ଅର୍ଥାଭାବରୁ ଅପରେସନ ସମ୍ଭବ ହୋଇପାରୁନଥିବା ବେଳେ ଏଭଳି ପରିସ୍ଥିତିରେ ତାଙ୍କୁ ସହାୟତା ର ହାତ ବଢ଼ାଇଛି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ , ପଣସପଦା । ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବାରୁ ସଫଳ ହୋଇପାରିଛି ମିଲନଙ୍କ ଅପରେସନ । ମିଲନଙ୍କ ପରିବାରର ଠିକଣା  ପାଇ ସମ୍ଭାବନା  ଟ୍ରଷ୍ଟର ବରିଷ୍ଠ ସଦସ୍ୟମାନେ ତାଙ୍କ ଘରେ ପହଂଚି ତାଙ୍କର ଏଭଳି ଅବସ୍ଥା ଜାଣି ବୁଝିଥିଲେ। କରୋନା ମହାମାରୀ କାଳରେ ଗୋଟିଏ ପାଦ ଆଗକୁ ଯାଇ ଏକ ନୂତନ ଚିନ୍ତାଧାରାରେ ମିଲନଙ୍କୁ ସହାୟତାର ହାତ ବଢାଇଥିଲେ । ଏକ ଅନ ଲାଇନ ସଂସ୍ଥା ଜରିଆରେ କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମରେ  ସହାୟତା ଲୋଡ଼ିଥିଲେ । କିଛି ବଦାନ୍ୟ ବ୍ୟକ୍ତି ମାନବ ପଣିଆ ଦେଖାଇ ଆର୍ଥିକ ସହାୟତା ପାଇଁ ହାତ ବଢାଇଥିଲେ । ସୂଦୂର ଆମେରିକାରୁ ବିପିନ ପ୍ରଧାନ,  ଦୀପକ ବେହେରା, ଚିନ୍ମୟ ସ୍ୱାଇଁ, ସିଙ୍ଗାପୁରରୁ ସୁମିତ ପଟ୍ଟନାୟକ, ସୋନାଲି ସାହୁ, ରାଜେଶ ମହାକୁଡ଼, କଳିଙ୍ଗ ଗ୍ରୁପ ଅଫ ବେଙ୍ଗାଲୁରୁରୁ ବଟକୃଷ୍ଣ ସାହୁ, ଜଗନ ପଣ୍ଡା,ସୁକାନ୍ତ ସାହୁ,ଅମୀୟ ସ୍ୱାଇଁ, ଓଡିଶା ଯାଜପୁରରୁ ବିଭୂତି ମହାପାତ୍ର, ସୂର୍ଯ୍ୟକାନ୍ତ ସିଂ,  ପୁରୀ ଡେଲାଙ୍ଗରୁ ମନୋରଞ୍ଜନ ଜେନାଙ୍କ ଭଳି ସହୃଦୟ ବଦାନ୍ୟ ବ୍ୟକ୍ତି ମିଲନଙ୍କ ଅପରେସନ ପାଇଁ ୧ଲକ୍ଷ ଟଙ୍କା ସହାୟତା କରିଥିଲେ । ସମ୍ଭାବନା ଟ୍ରଷ୍ଟର ପ୍ରତିଷ୍ଠାତା :- ପ୍ଲାବନ କୁମାର ଦଳାଇ ,  ସଭାପତି :-ଗୌତମ ପ୍ରଧାନ ,  ଉପସଭାପତି :- ମନୋରଞ୍ଜନ ପଲାଇ ,  ସଂପାଦକ :- ପ୍ରିୟବ୍ରତ ମହାପାତ୍ର ,  ସଂଯୋଜକ :- ଆଶିଷ କୁମାର ସ୍ବାଇଁ , ଉପଦେଷ୍ଟା :- ଚନ୍ଦ୍ରମଣି ସାହୁ , ଚନ୍ଦ୍ର ଶେଖର ପ୍ରଧାନ , ଦିବାକର ପାତ୍ର , ଉପେନ୍ଦ୍ର  ପ୍ରଧାନଙ୍କ ନେତୃତ୍ୱରେ କଳିଙ୍ଗ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେଇ ମିଲନର ଅପରେସନ ହୋଇପାରିଛି ।  ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମିଲନ ଓ ସେ ସମ୍ଭାବନା ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି । ସମ୍ଭାବନା ଖାଲି ଏତିକିରେ ଅଟକି ନ ଥିଲା ମିଲନଙ୍କ ସାନ  ଭାଇର ପାଠପଢ଼ା ପାଇଁ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ଆଧିକାରୀଙ୍କୁ ଜଣାଇଥିଲା । ଶିଶୁ ମଙ୍ଗଳ ଅଧିକାରୀ ତା'ର ପାଠପଢା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । "ମାନବ ସେବା ହିଁ ମାଧବ ସେବା" ଏଭଳି କିଛି ଲକ୍ଷ୍ୟ ରଖି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ ସମାଜ ପାଇଁ ଓ ମିଲନଙ୍କ ଭଳି ଅସହାୟ ଗରିବ ପିଲାଙ୍କୁ ଆଜି ଯେଉଁ ନୂତନ ପଥ ଦେଖାଇଛି ତାହା ସ୍ୱାଗତଯୋଗ୍ୟ ।

Post a Comment

0 Comments