କେସରୀୟା ହିନ୍ଦୁ ବାହିନୀ ତରଫରୁ ଗଞ୍ଜାମ ଏବଂ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟାତ ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କେସରୀୟା ହିନ୍ଦୁ ବାହିନୀ ତରଫରୁ ଗଞ୍ଜାମ ଏବଂ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟାତ ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମୃତ କୁଲାଙ୍ଗେଙ୍କୁ ଦାବୀପତ୍ର ପ୍ରଦାନ କରାଗଲା। 
ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ ୨୯ ତାରିଖରୁ ବ୍ରହ୍ମପୁର ଏବଂ ବାଲୁଗାଁ ରେଳଷ୍ଟେସନରେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଜନସାଧାରଣ ଭୁବନେଶ୍ୱରରେ ଓହ୍ଲାଇ ଗଞ୍ଜାମକୁ କାର୍ କରି ଆସିବା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ପୁନଃ କାର୍ଯ୍ୟକାରୀ କରିବାପାଇଁ କୁହାଯାଇଛି। କେସରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ରାଜ୍ୟ ଶିଖ୍ୟଣୀୟ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍ ଏ ସି ଅଧ୍ୟଖ୍ୟ ମନୋରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ୍ ଅଧ୍ୟଖ୍ୟ କେଦାର ରାଉଳ, ଉମାଶଙ୍କର ପାଣି, ଅରୁଣ କୁମାର ପାଣିଗ୍ରାହୀ, ଜୀବନ ପାତ୍ର, ବୃନ୍ଦାବନ ବେହେରା, ଭିମସେନ ବେହେରା, ଅମ୍ବୁଜା ଚରଣ ସାହୁ, ବିଶ୍ୱଦେବ, ରବି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।



Post a Comment

0 Comments