ଭାରତୀୟ ମଜଦୂର ସଂଘ ଦ୍ୱାରା ପର୍ଯ୍ୟାବରଣ ଦିବସରେ ବୃକ୍ଷରୋପଣ

ଭାରତୀୟ ମଜ଼ଦୂର ସଂଘର ପର୍ଯାବରଣ ଦିବସ ପାଳିତ ହୋଇଯାଇଛି ଆଜି ୨୮.୦୮.୨୦୨୦ ଦିନଟିକୁ ସମଗ୍ର ଭାରତବର୍ଷରେ ବୃକ୍ଷରୋପଣ କରାଯାଉଛି। ଏକ ଘଟଣା କ୍ରମରେ  ରାଜସ୍ତାନ ରାଜ୍ୟରେ ବୈଷ୍ନ ସିଂ  ନେତୃତ୍ୱରେ ଗଛ କଟାକୁ ବିରୋଧ କରି ସହସ୍ରାଧିକ ପୁରୁଷ ଓ ନାରୀ ଜୀବନ ଦେଇଥିଲେ ସେହିମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ୍ୟରୋପଣ  କରାଯାଉଛି। 
ଓଡିଶା କୃଷି ଗ୍ରାମୀଣ ମଜ଼ଦୂର ସଂଘର ଗଂଜାମ ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କୁକୁଡାଖଣ୍ଡି ବ୍ଲକର ଦୁଇଟି  ଗ୍ରାମ ଯଥା ଚଣ୍ଡୀପଦର  ଓ  ଯୋଗିଆପଲ୍ଲୀ ଗ୍ରାମରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଚଣ୍ଡୀପଦର ଗ୍ରାମର  ନିକି ସାହୁ, କାବେରୀ ମହାରଣା, ନିକିତା ସାହୁ, ମହାଲକ୍ଷ୍ମୀ ନାହାକ, ଝୁନୁ ବରାଡ଼ ଚାରା ରୋପଣ କରିଥିଲେ। ସମ୍ମାନନୀୟ ଅତିଥି ରୂପେ ଶ୍ରମିକ ନେତା ଶ୍ରୀ ବୃନ୍ଦାବନ ବେହେରା, ମଧୁ ସୁଦନ ସାହୁ, ବିଶ୍ୱଦେବ ମହାରଣା, ଲଲାଟେନ୍ଦୁ ଚୌଧୂରୀ ପ୍ରଭୃତି ଯୋଗ ଦେଇ  କୃଷି ଶ୍ରମିକ ମାନଂକୁ ଉତ୍ସାହିତ କରିଥିଲେ। ଯୋଗିଆପଲ୍ଲୀ ଗ୍ରାମରେ ଚାରା ରୋପଣ କରାଯାଇଥିଲା ଗ୍ରାମର ମାନ୍ୟଗଣ୍ୟ ଚାଷୀ ଶ୍ରୀ ବିଜୟ ମହାପାତ୍ର, ହରିହର ସାବତ, ଜଗନ୍ନାଥ ପାତ୍ର, ରମେଶ ଗୌଡ଼ ପ୍ରଭୁତିଙ୍କୁ ଶ୍ରୀ ଲିଙ୍ଗରାଜ ସାହୁ ଗଂଜାମ-ଗଜପତି ଜ଼ିଲ୍ଲା ପ୍ରଭାରୀ ଯୋଗଦେଇ କୃଷି ଶ୍ରମିକ ମାନଂକୁ ଉତ୍ସାହିତ  କରିଥିଲେ।

Post a Comment

0 Comments