ଓଡ଼ିଶା ଫାଇଲ୍ସ ସେପ୍ଟେମ୍ବର ୨୦୨୦ସଂଖ୍ୟା ଉନ୍ମୋଚନ

ବ୍ରହ୍ମପୁର ୫:୦୯। ଗୁରୁଦିବସର ପବିତ୍ର ତିଥିରେ "ଓଡ଼ିଶା ଫାଇଲ୍ସ ସେପ୍ଟେମ୍ବର ୨୦୨୦ ସଂଖ୍ୟା" ପ୍ରଫେସର ଶ୍ରୀ ସୁଦର୍ଶନ ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ପ୍ରସଂଗରେ ଗୁରୁ ଶ୍ରୀ ସୁଦର୍ଶନ ଆଚାର୍ଯ୍ୟ ଓଡ଼ିଶା ଫାଇଲ୍ସର ଉତ୍ତରୋତ୍ତର ଉନ୍ନତି ସକାଶେ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଡକ୍ଚର ଲକ୍ଷ୍ମଣ ସାହୁଙ୍କ ସମ୍ପାଦକୀୟ 'ଭାରତୀୟ ଆଧ୍ୟାତ୍ମିକ ଚେତନାରେ ଶ୍ରୀରାମ', ଅରୁଣ କୁମାର ଦତ୍ତଙ୍କ ଲିଖିତ 'ଓଡ଼ିଆ ଭାଷା ଓ ନାରୀ ପ୍ରବନ୍ଧ' ଅତି ଉଚ୍ଚକୋଟିର। ଏଥିରେ ପ୍ରଥମଥର ପାଇଁ କୋଶଲି ଭାଷାର କିଛି ଗଳ୍ପ ଏବଂ କବିତା ସ୍ଥାନିତ ପାଇଛି। 'କରୋନା ସହିତ ମୁଁ' ଏକ ଅଭୁଲା ଅନୁଭୂତିର ସ୍ୱର ଶ୍ରୀମତୀ ସଂହିତା ମହାନ୍ତିଙ୍କ ଦ୍ୱାରା ଲିଖିତ। ଇଂରାଜୀ ବିଭାଗରେ ଶ୍ରୀ ସତ୍ୟଦର୍ଶୀ, ବିଦିଶା ପାତ୍ର, ସମୀର କୁମାର ବେଉରା ଏବଂ ମନୋଜ ପଣ୍ଡାଙ୍କ ଲେଖା ସ୍ଥାନିତ ହୋଇଥିବା ବେଳେ ମୋଟ ଛୟାଳଶୀ ଜଣ ଲେଖକ ଲେଖିକାଙ୍କ ଗଳ୍ପ, କବିତା, ପର୍ଯ୍ୟଟନ, ଶିଶୁ ଗଳ୍ପ, ଶିଶୁ କବିତା ଆଦି ସ୍ଥାନିତ ହୋଇଛି।
ଓଡ଼ିଶା ଫାଇଲ୍ସର ଏହା ଦ୍ୱିତୀୟ ବର୍ଷ ଷଷ୍ଠ ସଂଖ୍ୟା ପ୍ରକାଶିତ ହୋଇଥିବା ବେଳେ ପ୍ରତି ମାସରେ ଦ୍ୱିଭାଷା (ଓଡ଼ିଆ ଓ ଇଂରାଜୀ)ରେ ପ୍ରକାଶ ପାଏ ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନରେଶ କୁମାର ବେହେରା କହିଛନ୍ତି। ଉନ୍ମୋଚନ ବେଳେ କବି ସୁଧୀର ପଣ୍ଡା, ବାବୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments