ପଲ୍ଲୀ ବିକାଶ ପାଠାଗାରର ସଂସ୍କୃତି ବିଭାଗ, ଆଞ୍ଚଳିକ କଳା ଓ ସାଂସ୍କୃତିକ ସଂଗଠନ, ଲଙ୍ଗଳେଶ୍ଵର (ଗଞ୍ଜାମ), ଓଡ଼ିଶା ଫାଇଲ୍ସ (ଦ୍ଵିଭାଷୀ ମାସିକ ପତ୍ରିକା), ବ୍ରହ୍ମପୁର, ସି.ଆଇ.ବି. ଟ୍ରଷ୍ଟ (ଭୁବନେଶ୍ବର) ଏବଂ ସି.ଆଇ.ବି. ୱୋର୍ଲ୍ଡ ନିଉଜର ମିଳିତ ଆନୁକୁଲ୍ୟରେ “ଛନ୍ଦ-ଧାରା” କାର୍ଯ୍ୟକ୍ରମ ନିମନ୍ତେ ଏକ ଗୀତିକବି କାର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଅଛି ।
ଆଞ୍ଚଳିକ କଳା ଓ ସାଂସ୍କୃତିକ ସଂଗଠନର ନିର୍ଦେଶକ ଶ୍ରୀ ପ୍ରହଲ୍ଲାଦ ବେହେରାଙ୍କ
ଅନୁସାରେ, ଗୀତ-ସ୍ଵର-ସଙ୍ଗୀତ-ନୃତ୍ୟ-ଚିତ୍ର-ବିଭବର
ସମାହାରରେ ଏକ ସ୍ଵତନ୍ତ ପରିକଳ୍ପିତ ସର୍ଜ୍ଜନାତ୍ମକ କାର୍ଯ୍ୟକ୍ରମର ଆଦ୍ୟ ସୋପାନରେ ଯେଉଁ ସ୍ରଷ୍ଟାଗଣ
ସହଭାଗୀ ହେବାପାଇଁ ଚାହୁଁଛନ୍ତି, ସେମାନେ
ନିଜକୁ ନିମ୍ନ ଠିକଣାରେ ଯୋଗାଯୋଗ କରି ପଞ୍ଜୀକୃତ କରାଇନିଅନ୍ତୁ । କେବଳ ପଞ୍ଜୀକୃତ କବି, ଗୀତିକାର, ଓ ସାହିତ୍ୟ ସ୍ରଷ୍ଟାମାନେ ହିଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।
ଅଧିକ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ଟେଲିଫୋନ ନଂରେ ଯୋଗାଯୋଗ କରିପାରିବେ
।
ଅନଲାଇନ ଆବେଦନ ପାଇଁ ଏହି ଲିଙ୍କରେ କ୍ଲିକ କରି ଫର୍ମ ଭରିବେ : https://docs.google.com/forms/d/e/1FAIpQLSdwkl0L6FAQCrgVZSAwqTNALxyeTwThJCVJOOxSDmiH15d0vQ/viewform?usp=sf_link
0 Comments