ମକରଝୋଳ ଗ୍ରାମର ସୂର୍ଯ୍ୟେନ୍ଦୁ ପାଠାଗାର ତରଫରୁ ଗୋଷ୍ଠାଷ୍ଟମୀ ପାଳନ

ଦୀର୍ଘ ୩୦ ବର୍ଷ ଧରି ମକରଝୋଳ ଗ୍ରାମର ସୂର୍ଯ୍ୟେନ୍ଦୁ ପାଠାଗାର ତରଫରୁ ଗୋଷ୍ଟାଷ୍ଟମୀ ପାଳନ କରାଯାଉଛି।

ମକରଝୋଳ ଗ୍ରାମର ଗୋଷ୍ଟାଷ୍ଟମୀ ଏକ ନିଆରା ପର୍ବ ଅଟେ।ଏହି ଗୋଷ୍ଟାଷ୍ଟମୀରେ ଗୋପାଳନ ତଥା ଗୋସୁରକ୍ଷା ମୂଳ ମନ୍ତ୍ର ଲୋକମାନଙ୍କୁ ପ୍ରଦାନ କରାଯାଏ ଏବଂ ଗ୍ରାମବାସୀଙ୍କୁ ପଶୁପ୍ରେମୀ ହେବାକୁ ବାର୍ତ୍ତା ପ୍ରଦାନ କରାଯାଏ। ଏହି ଗୋଷ୍ଟାଷ୍ଟମୀ ପ୍ରତିବର୍ଷ ପାଳନ କରିବା ହେତୁ ଗାଁର ପ୍ରତେକ ଲୋକ ଗୋପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଏହି ଗୋଷ୍ଟାଷ୍ଟମୀ ୨୨-୧୧-୨୦୨୦ ତାରିଖ ଦିନ ପାଳନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ଦ୍ୱାରା ଗୋ ସପ୍ତାହ ୬ବର୍ଷ ଧରି ପାଳନ କରାଯାଉଥିବା ବେଳେ ମକରଝୋଳ ଗ୍ରାମରେ ଦୀର୍ଘ ୩୦ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି।କୋଭିଡ କଟକଣାକୁ ଧ୍ୟାନରେ ରଖି ନିଜର ବିଧି ବିଧାନ ଏବଂ ପୂଜା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରାଯାଇଥିଲା। ମକରଝୋଳ ଗ୍ରାମ କୃଷିପ୍ରଧାନ ଗ୍ରାମ ହୋଇଥିବାରୁ ଗୋଷ୍ଟାଷ୍ଟମୀ କାର୍ଯ୍ୟକ୍ରମ ବେଶ୍ ଗୁରୁ୍ତ୍ୱପୂର୍ଣ୍ଣ ଅଟେ। ଏହି କାର୍ଯ୍ୟକ୍ରମରେ ସୋମନାଥ ସାହୁ, ରଞ୍ଜନ ସାହୁ, ଲୋକନାଥ ସାହୁ, ଦୀନବନ୍ଧୁ ସାହୁ, ଉଜ୍ଜ୍ବଳ କୁମାର ସାହୁ, ଦେଶିଟି ଜିତେନ୍ଦ୍ର, କ୍ଷେତ୍ରବାସୀ ସାହୁ, ଗୌତମ କୁମାର ବାଡତ୍ୟା, ଗାୟତ୍ରୀ ବାଡତ୍ୟା, ବିଷ୍ଣୁପ୍ରିୟା ବାଡତ୍ୟା ସହଯୋଗର ହାତ ବଢ଼ାଥିବା ବେଳେ ପୁରୋହିତର ଗୁରୁଦାୟିତ୍ଵ ଲଳିତ ପାଠି ବହନ କରିଥିଲେ।

Post a Comment

0 Comments