ବୈତରଣୀ ପତ୍ରିକା ପୂଜା ସଂଖ୍ୟା ଉନ୍ମୋଚନ


ବ୍ରହ୍ମପୁର, ୮/୧୧: ସ୍ଥାନୀୟ ଶ୍ରୀ ମାଁ ବାରାହୀ ଦିବ୍ୟଚେତନା ପରିଷଦଠାରେ ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ପୂଜା ସଂଖ୍ୟା ପ୍ରତିଷ୍ଠାତା ସଭାପତି ପଂଡିତ୍ ଶ୍ରୀ ଗୌରୀଶଙ୍କର ପାଢୀଙ୍କ ତତ୍ୱାବଧାନରେ ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ପରିଷଦର କାର୍ଯ୍ୟକାରୀ ସଭାପତି ଡାକ୍ତର ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ଶୋକସଭା ଆୟୋଜନ କରାଯାଇ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଶାନ୍ତି ପ୍ରାର୍ଥନା କରିଥିଲେ। ସମସ୍ତ ସଭ୍ୟ ତାଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଉପ-ସଭାପତି ଶ୍ରୀମତୀ ସ୍ୱର୍ଣପ୍ରଭା ପାଢୀ, ଉପଦେଷ୍ଟା ଶ୍ରୀ ସନ୍ତୋଷ ଦାଶ, ଶ୍ରୀ ଉମାଚରଣ ମିଶ୍ର, ଶ୍ରୀମତୀ ଅମିତା ମିଶ୍ର(ଦାଶ), କାର୍ଯ୍ୟକ୍ରମ ନିର୍ଦେଶକ ଇଂ ଆଶୁତୋଷ ପାତ୍ର, କାର୍ଯ୍ୟକାରୀ ସଂପାଦକ ବି. ସତ୍ୟମ୍ ଆଚାରୀ, ବନ୍ଦନା ମହାପାତ୍ର, କମଳାକାନ୍ତ ନାୟକ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ହୃଷୀକେଶ ଦାଶ, ପ୍ରଦୀପ କୁମାର ଶତପଥୀ, ଲାଲ୍ ବାହାଦୁର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l 

ଏହାକୁ ପରିଚାଳନା କରିଥିଲେ ସଂପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଏବଂ ସହ-ସମ୍ପାଦକ ଶ୍ରୀ ନରେଶ କୁମାର ବେହେରା।



Post a Comment

0 Comments