ଅମିତା ମିଶ୍ର (ଦାଶ)ଙ୍କ ଗଳ୍ପ ସଂକଳନ 'ତୃଷାର୍ତ୍ତ ଶ୍ରାବଣ' ଉନ୍ନୋଚିତ।

ବ୍ରହ୍ମପୁର (ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ସୁଲେଖିକା ଶ୍ରୀମତୀ ଅମିତା ମିଶ୍ର (ଦାଶ)ଙ୍କ କ୍ଷୁଦ୍ରଗଳ୍ପ ସଂକଳନ 'ତୃଷାର୍ତ୍ତ ଶ୍ରାବଣ' ଭାଗବତ ଭଜନ ପରିସର ଲୋଚାପଡ଼ା ଠାରେ ଉନ୍ମୋଚିତ ହୋଇଯାଇଛି l ପ୍ରକାଶନ ସଂସ୍ଥା ବସୁଧା କମ୍ପୁଟର (ବ୍ରହ୍ମପୁର) ଦ୍ୱାରା ମୁଦ୍ରିତ ଏହି ସଂକଳନଟି ପଟେଲ ସାହିତ୍ୟ ସଂସଦର ସାରସ୍ୱତ ସମାବେଶରେ ଭାଗବତ କଥାକାର ଶ୍ରୀ ବାବାଜୀ କିଶୋର ଚରଣ ଦାସ ମହାରାଜଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି l

ଇଂ ଆଶୁତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଅନେକ ସାହିତ୍ୟ ପ୍ରେମୀ, କବି, ଲେଖକ, ଲେଖିକା ଯୋଗ ଦେଇଥିଲେ l

କବି ନିରଞ୍ଜନ ତ୍ରିପାଠୀ, ହୃଷିକେଶ ଦାଶ, ଇଂ ପ୍ରଫୁଲ୍ଲ ତ୍ରିପାଠୀ, ଉମାଚରଣ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ସମ୍ପାଦନା କରିଥିଲେ ପ୍ରଦୀପ ଶତପଥୀ l ପରିଚାଳନା କରିଥିଲେ ବ୍ରହ୍ମଚାରୀ ରାଧାକୃଷ୍ଣ, ଦେବୀଭାଇ ଓ ଭାଗବତ ଭଜନର ଅନ୍ୟାନ୍ୟ କର୍ମୀ l ଧନ୍ୟବାଦ ଅର୍ପଣ କରିଥିଲେ ଡ଼ଃ ସନ୍ତୋଷ ଦାଶ l ଅନ୍ୟମାନଙ୍କ ମଧ୍ୟରେ ସ୍ଵର୍ଣ୍ଣମୟୀ ପାଢ଼ୀ, ବନ୍ଦନା ମହାପାତ୍ର, ଦେବରାଜ ପାଢ଼ୀ, ସୁଶାନ୍ତ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପାତ୍ର, ମଧୁସୂଦନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

0 Comments