କେସରୀୟା ହିନ୍ଦୁ ବାହିନୀ, ବଲାଙ୍ଗୀର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗୀର, ୧୮/୧୧: କେସରୀୟା ହିନ୍ଦୁବାହିନୀ ବଲାଙ୍ଗୀର ଶାଖାଦ୍ୱାରା ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଭମର୍ସ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କେସରୀୟା ହିନ୍ଦୁବାହିନୀ, ଓଡ଼ିଶା ପ୍ରଦେଶର ସଭାପତି ଧନଞ୍ଜୟ ଜେନା, ପ୍ରଦେଶ ମାର୍ଗଦର୍ଶକ ରବିନ୍ଦ୍ର କୁମାର ଶତପଥୀ, ପ୍ରଦେଶ ପ୍ରଭାରୀ ଦିଲ୍ଲୀପ ଦାସ୍, ପ୍ରଦେଶ ନିଯୁକ୍ତି ପ୍ରମୁଖ ପ୍ରମୋଦ ପାତ୍ର, ପ୍ରଦେଶ ବରିଷ୍ଠ ଉପାଧ୍ୟଖ୍ୟ, କୋଷାଧ୍ୟଖ୍ୟ, ପ୍ରଦେଶ ଯୁବବାହିନୀ ଅଧ୍ୟକ୍ଷ ଅମଳେନ୍ଦୁ ଦାସ, ପ୍ରଦେଶ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୂରୀ ପ୍ରମୁଖ ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ ଜିଲ୍ଲା ସଭାପତି ସନ୍ତୋଷ ଭୋଳ ଏବଂ ପରିଚାଳନା କରିଥିଲେ ବଲାଙ୍ଗୀର ନଗର ସଭାପତି ସନ୍ତୋଷ ସାହୁ, ଜିଲ୍ଲାର ମହାସଚିବ ସୁନୀଲ କୁମାର ମିଶ୍ର, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଚକ୍ରପାଣି ମିଶ୍ର ପ୍ରମୁଖ l 

କେସରୀୟା ହିନ୍ଦୁ ବାହିନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅତିଥିମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ ଓ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂଗଠନକୁ ମଜବୁତ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା l ରାଷ୍ଟ୍ରହିତ ପାଇଁ ଏଥିରେ ବହୁ ପରିମାଣରେ ଯୁବବର୍ଗଙ୍କୁ ସାମିଲ କରାଯାଇ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ ବିଷୟରେ ସଚେତନ କରାଯିବ ବୋଲି ରାଜ୍ୟସ୍ତରୀୟ କର୍ମୀମାନେ ବକ୍ତବ୍ୟରେ କହିଥିଲେ l 

ଅନ୍ୟମାନଙ୍କ ମଧ୍ୟରେ ମୁନେଶ ରଥ, ବୀରେନ୍ଦ୍ର ବାରିକ, ରାଜେଶ ବେହେରା, ସୁବ୍ରତ କୁଅଁର, ବାଦଲ ମିଶ୍ର, ନରାଜ ରଣା, ସଂଜିତ କମ୍ପ, ସୌମ୍ୟରଞ୍ଜନ ପୁରୋହିତ, ଚନ୍ଦ୍ରଭାନୁ ପ୍ରଧାନ, ଦେବରାଜ ନାଗ, ଅଭିଷେକ ସୋନି, ରବୀନ୍ଦ୍ର ନାୟକ, ପାର୍ଥ କର୍ଣ, ସୁଶୀଲ ସାହୁ, ଆଲୋକ ପଣ୍ଡା, ପ୍ରଦୀପ ସାହୁ, କବି ସାହୁଙ୍କ ସମେତ ଶତାଧିକ କର୍ମକର୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ ll

Post a Comment

0 Comments