କେଶରୀୟା ହିନ୍ଦୁ ବାହିନୀ ଗଞ୍ଜାମ ଜିଲ୍ଲାର ହିନ୍ଦୁ ମହାସଭା

ବିକ୍ରମପୁର, 22/11: ସ୍ଥାନୀୟ ଜଗନ୍ନାଥ ମଂଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ଏକ ହିନ୍ଦୁ ମହାସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାକୁ ପରିଚାଳନା କରିଥିଲେ ରାଜ୍ୟ ଯୁବ ସଂଗଠନ ମନ୍ତ୍ରୀ ଶ୍ରୀ ଅମ୍ବୁଜା ଚରଣ ସାହୁ l ହିନ୍ଦୁ ଧର୍ମର ସୁରକ୍ଷା ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ନିୟମିତ କାର୍ଯ୍ୟକ୍ରମମାନ କରିବା ଦିଗରେ ଆଲୋଚନା ହୋଇଥିଲା l

ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ବେହେରା (ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ), ବ୍ରହ୍ମାପ୍ରସାଦ ମହାପାତ୍ର (ରାଜ୍ୟ ସୂଚନା ପ୍ରମୁଖ), ପଦ୍ମଚରଣ ଦାସ (ରାଜ୍ୟ ପ୍ରଶିକ୍ଷଣ ପ୍ରବନ୍ଧକ), ସୁବାସ ସାହୁ (ଜିଲ୍ଲା ମହାମନ୍ତ୍ରୀ), ଜୀବନ ପାତ୍ର (ଜିଲ୍ଲା କାର୍ଯ୍ୟକ୍ରମ ପ୍ରମୁଖ), ସନ୍ତୋଷ ସାହୁ (ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି), ଦେବେନ୍ଦ୍ର ସାହୁ (ଜିଲ୍ଲା ପ୍ରଶିକ୍ଷଣ ପ୍ରବନ୍ଧକ), ନରେଶ କୁମାର ବେହେରା (ବ୍ରହ୍ମପୁର ମହାନଗର ଅଧ୍ୟକ୍ଷ), ଅମୁଲ୍ୟ ଦାସ (ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ), ଗଜେନ୍ଦ୍ର ଚୌଧୁରୀ (ରାଜ୍ୟ ଯୁବ ସଂଯୋଜକ), ବିଶ୍ୱଦେବ (ମହା ସଚିବ), ଉମା ଶଙ୍କର ପାଣି (ସଚିବ), ମଧୁସୁଦନ ସାହୁ (ଜିଲ୍ଲା ଅଧ୍ୟକ୍ଷ), ଅରୁଣ କୁମାର ପାଣିଗ୍ରାହୀ (ସଲାହକାର) ପ୍ରମୁଖ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାରେ କେଶରୀୟା ହିନ୍ଦୁ ବାହିନୀର ସଂଗଠନ ଗଠନ ଏବଂ ଜିଲ୍ଲାର ଉତ୍ତରୋତ୍ତର ଉନ୍ନତି ସକାଶେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରାଯାଇଥିଲା l

Post a Comment

0 Comments