ଉପସ୍ଥିତ ବ୍ୟକ୍ତିବୃନ୍ଦ ଏହି ଅଂଚଳରେ ଉପୁଜିଥିବା ଅନେକ ସମସ୍ୟାଗୁଡିକ ଉପସ୍ଥାପନା କରିଥିଲେ l କମିଟି ସଭାପତି ସଂଜୀବ କୁମାର ପଟ୍ଟନାୟକ ପରିଚୟ ପ୍ରଦାନ ଏବଂ ଉପକ୍ରମଣିକା ଦେଇ କହିଥିଲେ ଯେ, ଏହି ଅଂଚଳଟି ବାସ୍ତବରେ ବ୍ରହ୍ମପୁରର ଏକ ପ୍ରମୁଖ ଅଞ୍ଚଳ ହୋଇଥିଲେ ମଧ୍ୟ ମହାନଗରରେ ସାମିଲ ନକରାଇ ସହରାଞ୍ଚଳର ନାଗରିକ ସୁବିଧା ସାମ୍ବିଧାନିକ ଭାବରେ ନଦେଇ ଅବହେଳିତ ଓ ଉପେକ୍ଷିତ କରି ଆସୁଥିବା ଯୋଗୁଁ ତାହା ଅତୀବ ଦୁର୍ଭାଗ୍ୟଜନକ ଓ ପରିତାପର ବିଷୟ ଅଟେ l
କମିଟିଠାରୁ ସମସ୍ତ କଥାଶୁଣି ଭୃଗୁ ବକ୍ସିପାତ୍ର କହିଥିଲେ ଯେ ବହୁମତ କ୍ଷମତାସୀନ ସରକାର ବାସ୍ତବରେ ଇଚ୍ଛାଶକ୍ତି ଅଭାବରେ ବାସ୍ତବରେ ଜାଣିଶୁଣି ଏହି ଅଞ୍ଚଳକୁ ଅବହେଳା ଓ ଉପେକ୍ଷିତ କରି ନିଜ ଦୂରଦୃଷ୍ଟିହୀନତାର ପରିଚୟ ଦେଇଛନ୍ତି, ଯାହା ଦୁର୍ଭାଗ୍ୟର କଥା ବୋଲି ଉଚ୍ଚାରଣ କରିଥିଲେ l ଏହି ଅଂଚଳରେ ବସବାସ କରୁଥିବା ହଜାର ହଜାର ଲୋକ ଉପେକ୍ଷିତ, ତେଣୁ ସହରତଳି ଅଞ୍ଚଳକୁ ଗୁରୁତର ଏକ ବଡ଼ ଆହ୍ୱାନ ଭାବରେ ଗ୍ରହଣ କରି ସମାଧାନ ପାଇଁ ସାଧ୍ୟ ମତେ ଗପୂର୍ଣ୍ଣ ପ୍ରୟାସ କରାଯିବ ବୋଲି ଭୃଗୁ ବକ୍ସିପାତ୍ର କହିଥିଲେ l ଅନ୍ୟତମ ଉପଦେଷ୍ଟା ଶ୍ରୀ ରଙ୍ଗନାଥ ମିଶ୍ର ସହରତଳି ଅଞ୍ଚଳ ମହାନଗରରେ ସାମିଲ ହେବାର ଆବଶ୍ୟକତା ଓ ଯଥାର୍ଥତା ଦେଇ ବକ୍ତବ୍ୟ ରଖିବା ସହ ଏ ଦିଗରେ ସବୁ ସ୍ତରର ଉଦ୍ୟମର ଉପାଦେୟତା ଦେଇ ଶ୍ରୀ ବକ୍ସିପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l
ଆଜିର ଏହି ବୈଠକରେ ସର୍ବଶ୍ରୀ ବି ଭି ସାଗର, ଶ୍ରୀମନ୍ତ ପାଣିଗ୍ରାହୀ, ନାରାୟଣ ଚନ୍ଦ୍ର, ଗଣେଶ ଦାସ, ସୁବାସ ପାତ୍ର, ବିଷ୍ଣୁ ପ୍ରସାଦ ସାହୁ, ସୁରେଶ ଚନ୍ଦ୍ର ରଥ, ସୁଦର୍ଶନ ସାମଲ, ସି ଏଚ ରାମକୃଷ୍ଣ ଦାସ, ଶ୍ରୀପତି ଚୌଧୁରୀ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଗରିବ ପାଣିଗ୍ରାହୀ, ଶରତ ଚନ୍ଦ୍ର ପଟ୍ଟନାୟକ, ରାମଚନ୍ଦ୍ର ପ୍ରଦାନ, ଟି ସ୍ୱଦେଶ କୁମାର ପାତ୍ର, ତାରା ପ୍ରସାଦ ଦାସ, ରବୀନ୍ଦ୍ରନାଥ ବେହେରା, କାଳୀ ଚରଣ ପାଣିଗ୍ରାହୀ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ତ୍ରିପାଠୀ, ବିଜୟ ଚନ୍ଦ୍ର ମହାରଣା, ପ୍ରଶାନ୍ତ କୁମାର ଦାସ, କାଁହୁ ଚରଣ ପତି, ମଧୁସୁଦନ ସାହୁ, ସିଲା ବଇରୀ, ଶରତ ଚନ୍ଦ୍ର ସାହୁ, ମୁନା ସାମନ୍ତରାୟ, ସନ୍ତୋଷ ସାହୁ, ଅନନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l
0 Comments