ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର (ହିଞ୍ଜିଳିକାଟୁ) ବାର୍ଷିକ ସମାବେଶ ଅନୁଷ୍ଠିତ

ହିଞ୍ଜିଳିକାଟୁ ୨୪/୧୧: ସ୍ଥାନୀୟ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ସନ୍ଧ୍ୟାରେ କିଛି ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇତି ଭିତରେ ଦୁଇ ବର୍ଷର ସଂଘର୍ଷ ବିତାଇ ସମାଜରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ପରିଚିତ ହୋଇପାରିଛି ନୃତ୍ୟମ୍। ଆଜି ଗଞ୍ଜାମ ଜିଲ୍ଲାର କଳାର ଏନ୍ତୁଡିଶାଳ ଭାବେ ପରିଚିତ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଅନେକ କଳାକାର ସୃଷ୍ଟି କରି ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଆଣିଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଗଞ୍ଜାମର କଳାକୁ ବିଶ୍ଵଦରବାରରେ ପହଞ୍ଚାଇବା ପାଇଁ ସ୍ବପ୍ନ ଦେଖିବା ସହ ସାକାର କରିପାରିଛନ୍ତି। ଯାହାକି ହିଞ୍ଜିଳି ଅଞ୍ଚଳ ପାଇଁ ଗର୍ବର ବିଷୟ। ଶିଶୁ କଳାକାର ମାନଙ୍କୁ ନେଇ ଆରମ୍ଭ କରିଥିବା ଅଭିଯାନ ଆଜି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ପାରିଛି। ଗୁରୁ ଶ୍ରୀ ମାନସ ରଞ୍ଜନ ରଥଙ୍କ ବଳିଷ୍ଠ ଉଦ୍ୟମ ଓ  ଗୁରୁ ଦାୟିତ୍ଵ ପାଇଁ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଗଞ୍ଜାମ ପାଇଁ ଗୌରବ ଆଣି ପାଇଛି। 

ନୃତ୍ୟମର ବାର୍ଷିକ ଦିବସ ଅବସରରେ ୨୪ ନଭେମ୍ବର ସଂଧ୍ୟାରେ ଅନୁଷ୍ଠାନର  ସଭାପତି ଶ୍ରୀଯୁକ୍ତ ନୀଳମଣି ପଟ୍ଟନାୟକ ତତ୍ତ୍ଵାବଧାନରେ ଏକ ବାର୍ଷିକ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଜୟନ୍ତ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସାହିତ୍ୟିକ ତଥା ସମ୍ପାଦକ ଶ୍ରୀ ନରେଶ କୁମାର ବେହେରା, କବି ତଥା ଉପସ୍ଥାପକ ରତ୍ନାକର ଶୀୟ ଏବଂ ବାସ୍ତୁବିତ୍ ସନ୍ନ୍ୟାସୀ ମହାରଣା  ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।  ସମସ୍ତ ଅତିଥି ବୃନ୍ଦ  ଗଞ୍ଜାମ ଜିଲ୍ଲାର କଳାର ବିକାଶ ପାଇଁ  ନୃତ୍ୟମ୍ ଅନୁଷ୍ଠାନର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସାହିତ୍ୟିକ ଶ୍ରୀ ରତ୍ନାକର ଶୀୟ ଭାବ ଗର୍ଭକ ବକ୍ତବ୍ୟ ପ୍ରଦାନ କରି କଳାକୁ ଆଗକୁ ବଢ଼ାଇବା ପାଇଁ  ନିଜ ନିଜ ଶିଶୁଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ। ସନ୍ନ୍ୟାସୀ ମହାରଣାଙ୍କ ସମଭାବାପନ୍ନ ଓ ସାହିତ୍ୟ, କଳାର ବିକାଶ ନିମନ୍ତେ ରଖିଥିବା ବକ୍ତବ୍ୟ ବହୁତ ପ୍ରଭାବିତ କରି ପାରିଥିଲା। ସମସ୍ତ ଅତିଥିଙ୍କ ଦ୍ଵାରା best student award 2020 ଦୁଇଜଣ ଛାତ୍ର ବିବେକ କୁମାର ଡାକୁଆ ଓ ପ୍ରଭାତ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ବିବେକ ନିଜର ନୃତ୍ୟ ଏବଂ  ପାଠ୍ୟକ୍ରମ ପାଇଁ  ନୃତ୍ୟ ଅନୁଷ୍ଠାନକୁ ଗର୍ବିତ କରିଛନ୍ତି। ଚଳିତ Nett ପ୍ରବେଶିକା ପରୀକ୍ଷାରେ ପାସ୍ କରି  Doctor ଶିକ୍ଷାକୁ ଆପଣାଇ ପାରିଛନ୍ତି। ପ୍ରଭାତ କୁମାର ବେହେରା ନିଜର ସୁସମ୍ପର୍କ ଯୋଗୁଁ ଅନୁଷ୍ଠାନ ତରଫରୁ ଶ୍ରେଷ୍ଟ ବିଜେତା ହୋଇ ପାରିଛନ୍ତି। ଶେଷରେ covid guide line ଅନୁସାରେ ଚଳଚ୍ଚିତ୍ରର ମାନପତ୍ର ଗୁଡ଼ିକ ପ୍ରଦାନ କରିବା ସହିତ ସମ୍ମାନିତ କରାଯାଇଥିଲା। ଗୁରୁ ଶ୍ରୀ ଜୟନ୍ତ କାର୍ଯ୍ୟକ୍ରମର ପରିଚାଳନା ଆଚାର୍ଯ୍ୟ ଓ ନରେଶ ବେହେରା  ଅନୁଷ୍ଠାନର କାର୍ଯଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଉପସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥି ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ତୁଲାଇ ଥିବା ବେଳେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ। ଅଭିଭାବକ ଏବଂ ଛାତ୍ରଛାତ୍ରି  ନିଷ୍ଠା ପାଇଁ ଆଜି କଳାର ବିକାଶ ପାଇଁ ପଣ କରିପାରିଛି ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର।





Post a Comment

0 Comments