କୁମାର ପୂର୍ଣ୍ଣିମାରେ ସଚେତନତା ବାର୍ତ୍ତା ବହନ କରିଲେ ମକରଝୋଳ ,ରଙ୍ଗୁଣି ସାହିର କଳାକାର

କୁମାର ପୂର୍ଣ୍ଣିମାରେ ସଚେତନତା ବାର୍ତ୍ତା ବହନ କରିଲେ ମକରଝୋଳ, ରଙ୍ଗୁଣି ସାହିର  କଳାକାର ବୃନ୍ଦ । ମକରଝୋଳ ଗ୍ରାମରେ କୁମାର ପୂର୍ଣ୍ଣିମାରେ କିଛି କଳାକାରମାନେ କରୋନା ସଚେତନତା ବାର୍ତ୍ତା ବହନ କରିଥିଲେ ନିଜର କଳା ମାଧ୍ୟମରେ। 

ଯମରାଜା ଭୂମିକାରେ ବରିଷ୍ଠ କଳାକାର ସମ୍ମାନ ପ୍ରାପ୍ତି ଶ୍ରୀ କୈବଲ୍ୟ କିଶୋର ବାଡତ୍ୟ ନିଖୁଣ ଅଭିନୟ କରି ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ବହନ କରିଥିଲେ l ଏକ ନିଆରା ଢଗରେ ସାଧି କଳାକାର ଚିତ୍ରଗୁପ୍ତ ଡି଼ ସୁଦର୍ଶନ ଅଭିନୟ ମଧ୍ୟ ବେଶ୍ ଆକର୍ଷଣ ଥିଲା। ସନ୍ତୋଷ ସାହୁ, ଆଶୁତୋଷ, ଜଗନ ସାହୁ ନିଜର ଅଭିନୟ ମାଧ୍ୟମରେ  ସଚେତନତା ବାର୍ତ୍ତା ବହନ କରିଥିଲେ। ପୌରାଣିକ କଳା ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଲୋକୋଙ୍କୁ ବେସ୍ ପ୍ରଭାବିତ କରିଥିଲା। 

ହାତରେ କାର୍ଡ଼ ଧରି ସାହି ସାହି ବୁଲି ମାସ୍କ ପିନ୍ଧିବା , ହାତ ଧୋଇବା ଭଳି ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ । ଏହି କିଛି ଅମାନିଆ ଲୋକଙ୍କୁ ମଧ୍ୟ ସଚେତନତା କରାଇଥିଲେ। ପ୍ରଥମଥର ପାଇଁ ଗ୍ରାମର ଏପରି କାର୍ଯ୍ୟକୁ ଗ୍ରାମର ବୁଦ୍ଧିଯିବିମାନେ ବେସ୍ ପ୍ରସଂଶା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିନବନ୍ଧୁ ସାହୁ, ମହେନ୍ଦ୍ର ସାହୁ, ପ୍ରଜ୍ଞା ବାଡତ୍ୟ, କୃଷ୍ଣ ବାଡତ୍ୟ, ପ୍ରମୋଦ ସାହୁ, ପବିତ୍ର ବାଡତ୍ୟ , ଶ୍ରୀତମ ଭଳି ସହଯୋଗୀ ପାଇଁ କାର୍ଯ୍ୟକ୍ରମ ଟି ସଫଳତା ହୋଇପାରିଲା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ "ଅଭିଳାଷ" ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

Post a Comment

0 Comments