ଛତ୍ରପୁରରେ ସାମାଜିକ ଜନମଞ୍ଚ (ଗଂଜାମ)ର ଶୁଭାରମ୍ଭ

ଛତ୍ରପୁର :: ଆଜି ତା. 15.11.2020 ରିଖ ରବିବାର ସନ୍ଧ୍ୟାରେ ଛତ୍ରପୁରରେ ସାମାଜିକ ଜନମଞ୍ଚ (ଗଂଜାମ) ଗଠନର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା I ଗତ ରବିବାର ପ୍ରଥମ ଅଧିବେଶନ ତଥା ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜନମଞ୍ଚ ଗଠନ କରାଯିବା ନେଇ ସବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ଆଜି ଏହାର ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା I 


ସାମାଜିକ ସାମୁହିକ ସ୍ୱାର୍ଥ ତଥା ନୂତନତ୍ୱର ମାର୍ଗଦର୍ଶୀ ଭଳି କାର୍ଯ୍ୟ କରିବା ସହିତ ସମାଜର ଦୁର୍ବଳ ଶ୍ରେଣୀର ଜନସମୂହଙ୍କ କାରୁଣ୍ୟକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ଏବଂ ବିଭିନ୍ନ ସ୍ତରରେ ଅଭାବନୀୟତାକୁ ସରକାରଙ୍କ ଦୃଷ୍ଟି ଗୋଚର କରି ସମାଜର ଉନ୍ନତ୍ତି ଦିଗରେ କାର୍ଯ୍ୟ କରିବା ଏକମାତ୍ର ଲକ୍ଷ ରଖି ପଶ୍ଚାତପଦ ନହୋଇ ଦୁର୍ବଳଙ୍କୁ ନିସ୍ଵାର୍ଥପର ସେବା ଯୋଗାଇଦେବାରେ ପ୍ରତିଶୃତିବଦ୍ଧ ସାମାଜିକ କର୍ମୀ ତଥା ସମାଜ ସଂସ୍କାରକଙ୍କ ମଧ୍ୟରେ ଶ୍ରୀ ରାଜେନ୍ଦ୍ର ସାହୁ, ଗୌରହରି ପଣ୍ଡା, ଟୁଟୁ ସେନାପତି, ସିମାଞ୍ଚଳ ନାହକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀ ମନ୍ମଥ କୁମାର ପାଢ଼ୀଙ୍କ ପରିଚାଳନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମସ୍ତଙ୍କ ଶତପ୍ରତିଶତ ସମର୍ଥନ ଆଗାମୀ ଦିନରେ କିଛି ନୂତନତ୍ୱର ଆଶା ବିକିରଣ କରିବ ବୋଲି ଦୃଢ଼ ଗୃହୀତ ହୋଇଥିଲା  I ପରବର୍ତ୍ତୀ ସମୟରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏହି ସଙ୍ଗଠନକୁ ବିସ୍ତାର କରି ଜାତିର ଗୌରବ ସୃଷ୍ଟି କରିବ ବୋଲି ସମସ୍ତେ ମତ ଦେଇ ନିଷ୍ଠାର ସହିତ ନିସ୍ଵାର୍ଥପର କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ  I ସ୍ୱତଃ ପ୍ରବୃତ୍ତ ସ୍ୱେଚ୍ଛାସେବୀ ତଥା ନୂତନ ପିଢିଙ୍କ ସଦସ୍ୟତା ଏବଂ ସକ୍ରିୟତା ସଙ୍ଗଠନକୁ ଆଗକୁ ନେଇ ପାରିବ ବୋଲି ମତ ପ୍ରକାଶ ପାଇଥିବା ବେଳେ ଅଂଚଳ ତଥା ଜିଲ୍ଲା ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଥିବା ଆଗ୍ରହୀ ବ୍ୟକ୍ତି ଅମସହିତ ଯୋଡି ହୋଇ ନିଜ ନିଜ ଅଂଚଳର ସାମୁହିକ ସାମାଜିକ ଅଭାବନୀୟତା  ଦୂର କରିବାରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ ଦିଆଯାଉଅଛି I

Post a Comment

0 Comments