କ୍ଷୁଦ୍ର ଚଳଚିତ୍ର ଅଭିପ୍ସାକୁ ବିଶ୍ଵ ଦରବାରରେ ଦୁଇଟି ସମ୍ମାନ


ଗଞ୍ଜାମ ଜିଲ୍ଲା କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଆନ୍ତର୍ଜାତିକ ସ୍ତରରେ ଅନେକ ସଫଳତା ହାସଲ କରିପାରିଛି। ଅଭିପ୍ସା  ଯାହା କି କରୋନା  ମହାମାରୀ ସମୟରେ ଇଶା ଭିଜନ, ଅଙ୍କୁଶପୁର ଦ୍ଵାରା ନିର୍ମିତ କରାଯାଇଥିଲା। ଯାହାର କାହାଣୀ ସନ୍ୟାସୀ ମହାରଣା ରଚନା କରିଥିବା ବେଳେ ଚିତ୍ର ଉତ୍ତୋଳନ ଟି. ଶ୍ରୀନିବାସ ଦାସ କରିଥିଲେ। ଏହାର ନିର୍ଦ୍ଦେଶନା ଗୁରୁ କୃଷ୍ଣଚନ୍ଦ୍ର ସାହୁ  ଦେଇଥିଲେ । ଗଞ୍ଜାମ ଜିଲ୍ଲା କୁ ବିଶ୍ଵ ଦରବାରରେ ଏକ  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଜି  ଆନ୍ତର୍ଜାତୀୟ ସ୍ତରରେ ଅଭିପ୍ସା ଚଳଚିତ୍ର  ଦୁଇଟି ପୁରସ୍କାର ହାତେଇ ପାରିଛି। ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ଇ. ସଞ୍ଚିତାଙ୍କୁ  ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ ପାଇଥିବା ବେଳେ  ଚଳଚ୍ଚିତ୍ର କୁ Best Covid  କାହାଣୀ ଭାବେ IISOFF Festival ରେ ପୁରସ୍କାର ହାତେଇ ପାରିଛି । ଏହି ଫେଷ୍ଟିଭାଲର ନିର୍ଦେଶକ ଭାବେ Subham Apurwal ନେଇଥିଲେ । ଅଭିପ୍ସା  ଚଳଚ୍ଚିତ୍ରର ସଫଳତା ଆଡକୁ ନେବା ପାଇଁ ବିଶିଷ୍ଟ କଳାକାର ସମ୍ମାନ ପ୍ରାପ୍ତ ପ୍ରୀତି ରଞ୍ଜନଙ୍କ  ମଧ୍ୟ ବେଶ୍ ହାତ ରହିଛି। ନିଜର ଅଭିନୟ ଯାଦୁରେ ଅଭିପ୍ସାକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଧାନ କହିଛନ୍ତି। ଏହି ଚଳଚ୍ଚିତ୍ରରେ ସ୍ଥାନୀୟ BDO  ଗଦାଧର ପାତ୍ର,  ସଦର ଥାନା ACIE ସୁରେଶ କୁମାର ସାହୁ ଏବଂ ଆୟୁର୍ବେଦକ ମହା ବିଦ୍ୟାଳୟ ଉପଦେକ୍ଷ ବିମଲ କୁମାର ପଣ୍ଡା ସହ ଆଙ୍କଶପୁରର ଦୁଇ ଯୁବକ ରବୀନ୍ଦ୍ର ସାହୁ ଏବଂ ବିକେଶ  ମହାରଣା  ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟିର ଏଡିଟିଂ ବିଭାଗରେ ଜି. ଲୋହିତ ଏବଂ କ୍ୟାମେରା ଆସିଷ୍ଟାଣ୍ଟ  ଭାବେ ଗୋପାଳ ମହାନ୍ତି  ଏବଂ ଗଞ୍ଜାମର ସୁ-ଗାୟୀକା ବିଦିଶା  ପାତ୍ର (ଆଳାପ) କଣ୍ଠଦାନ ପାଇଁ ଅଭିପ୍ସା ଆନ୍ତର୍ଜାତୀୟ ସ୍ତର ଆଡେ ମୁହାଇ ପାରିଛି । ସନ୍ୟାସୀ ମହାରଣା  ଏବଂ କ୍ରିଷ୍ଣା ଡ଼ିକେଙ୍କର ଏହି ସ୍ଵତନ୍ତ୍ର ସ୍ଥାନ ପାଇଁ ହୋଇପାରିଛି । ଅଭିପ୍ସାକୁ ଏହି ସ୍ଵତନ୍ତ୍ର ସ୍ଥାନ ପାଇଁ ଆଜି  ଗଞ୍ଜାମ  ଜିଲ୍ଲା ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରି ସଫଳତା ପାଇଁ ଚାରିଆଡୁ ପ୍ରଶଂସା ସୁଅ ଛୁଟିଛି l

Post a Comment

0 Comments