ଆଜି ତାରିଖ ୩/୧୨/୨୦୨୦ ଦିନ ଦିବା ୧୧ ଘଣ୍ଟା ସମୟରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ତଥା ରାଜ୍ୟ ମହାମନ୍ତ୍ରୀ ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ "ପରୀ" ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି ଏବଂ ଉପଯୁକ୍ତ ଦଣ୍ଡବିଧାନ ତଥା ଏହି ଘଟଣାର ସିବି ଆଇ ତଦନ୍ତ ତଥା ଓଡ଼ିଶା ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଗଲା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦିଆଗଲା। ଏହା ସହିତ କୃଷି ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଗଲା।
"ପରୀ" ହତ୍ୟାକାଣ୍ଡକୁ ଦୀର୍ଘ ଚାରିମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିଲା । ତେଣୁ "ପରୀ"ର ବାପା ଓ ମା ଓଡ଼ିଶା ସରକାର ଏବଂ ପୋଲିସ ଉପରୁ ଆସ୍ଥା ହରାଇ ବିଧାନସଭା ସମ୍ମୁଖରେ ଗତ 24/11/20ରିଖରେ ଅତ୍ମଦାହ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ନିଜ ପଦର ଅପବ୍ୟବହାର କରି ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି ଏବଂ ତଦନ୍ତକୁ ବାଟବଣା କରୁଛନ୍ତି | ତାଙ୍କ ଛତ୍ରଛାୟା ତଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ତଥା "ପରୀ" ଏବଂ ତା ପରିବାରକୁ ଉଚିତ୍ ନ୍ୟାୟ ମିଳିବା ଉଦ୍ଦେଶ୍ୟ ନେଇ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଗଲା।
ଏହି କାର୍ଯ୍ୟକ୍ରମ ଆଜି ବଲାଙ୍ଗୀର ଜିଲ୍ଲାରୁ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରାଯିବ ବୋଲି ସନ୍ତୋଷ ଭୋଳ କହିଛନ୍ତି।
0 Comments