ଗାଁ ପିଲାକୁ ନେଇ ସପ୍ନର ଦୁନିଆ

କିଛି ଲୋକ ସଫଳତା ପାଇ ମଧ୍ୟ ଖୁସି ହୋଇନଥାନ୍ତି। କାରଣ ଅନ୍ୟକୁ ସଫଳତା କରାଇବାର ମାର୍ଗଦର୍ଶକ ସାଜିବା ହିଁ ସଫଳତା ବୁଝାଏ। ସେମାନଙ୍କ ଭାଷାରେ। ମକରଝୋଳ ଗ୍ରାମର ସରୋଜ ନାଇଡୁ କିଛି ଯୁବକଙ୍କୁ ନେଇ ଏକ ନୂତନ ଚିନ୍ତା ଧାରକୁ ନେଇ ପ୍ରଶଂସା ସାଉଁଟି ବାରେ ଲାଗିଛନ୍ତି। ଗାଁ ଗହଳିର ପିଲାମାନଙ୍କୁ  ଉଚ୍ଚଶିକ୍ଷିତ କରିବା ପାଇଁ ସେ ଦୃଢ଼ ସଂକଳ୍ପ ବୋଧ ହୋଇଛନ୍ତି। 

ଗାଁର କିଛି ଆର୍ଥିକ ଅଭାବରେ ଥିବା ଛାତ୍ରଛାତ୍ରୀଙ୍କୁ ନେଇ Digital update କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।Computer ଶିକ୍ଷା ତଥା ସ୍ବାସ୍ଥ୍ୟ ଶିକ୍ଷା, ଜୀବନ ଓ ଜୀବିକା  ଶିକ୍ଷା ସମାଜର ଉନ୍ନତି କାମନା ପାଇଁ Bdood Camp ଏଭଳି କାର୍ଯ୍ୟ କରି ଗ୍ରାମରେ ପ୍ରଶଂସା ସାଉଁଟି ପାରିଛନ୍ତି। ଏହା  future weapons ନାମରେ ପରିଚିତ। ଏହା 15 july 2018ରେ ଆରମ୍ଭ ହୋଇଥିଲା। ଏଠାରେ ସବୁ ଶିକ୍ଷା ଭିତ୍ତିକ କାର୍ଯ୍ୟ ମାଗଣାରେ ଦିଆଯାଏ। ସେ ଖାଲି ଗ୍ରାମାଞ୍ଚଳରେ ନୁହେଁ ସାରା ଭାରତ ବର୍ଷରେ ଜାରି ରଖିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଉନ୍ନତି ମୂଳକ ଶିକ୍ଷା ପାଇ ଛାତ୍ରଛାତ୍ରୀ ବହୁତ୍ ଖୁସି ଅନୁଭବ କରନ୍ତି। ଏଠାରେ ପ୍ରାୟ 100ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରନ୍ତି। 

କୋଭିଡ  ସମୟରେ ମୃତ୍ୟୁ ଶବସତ୍କାର ପାଇଁ ଏକ ସ୍ତ୍ରେଚେର ମଧ୍ୟ ପ୍ରସ୍ତୁତ କରିଥିଲେ ଯାହା ଦ୍ଵାରା କି  ଜଣେ ନିଜ ପରିବାର ସହଜରେ  ଶବସତ୍କାର କରିପାରିବ l ନିଜର ଭିତ୍ତି ଭୂମି ନଥିବା ସତ୍ବେ  ଶିକ୍ଷାଦାନ ପ୍ରକ୍ରିୟା ଚାଲିଛି। କିଛି ବୁଦ୍ଧିଜୀବି ଏବଂ ସହପାଠୀଙ୍କ ସହାୟତାରେ ଏହି ଅନୁଷ୍ଠାନ ଚାଲିଛି।

(ରିପୋର୍ଟ୍ : କୃଷ୍ଣଚନ୍ଦ୍ର ସାହୁ) 

Post a Comment

0 Comments