ସମାଜ ସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ତ୍ରିରଙ୍ଗା ସେବା ସଙ୍ଘ ସମ୍ମାନିତ

2004 ମସିହା ଠାରୁ ସମାଜ ସେବା କ୍ଷେତ୍ରରେ ପ୍ରତିବଦ୍ଧତା ଓ ନିଷ୍ଠା ସହ କାର୍ଯ୍ୟ କରୁଥିବା ତ୍ରିରଙ୍ଗା ସେବା ସଙ୍ଘକୁ "ସେବା ସମ୍ମାନ "ରେ ସମ୍ମାନିତ କରାଗଲା। 

ଗୋପବନ୍ଧୁଙ୍କ ଧେୟ ବାକ୍ୟ "ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ" ଓ ବିବେକାନନ୍ଦଙ୍କୁ ଆଦର୍ଶ ମାନି ସେବା, ତ୍ୟାଗ, ନିଃସ୍ୱାର୍ଥପରତା ଦିଗରେ ଦୀର୍ଘ 16 ବର୍ଷ ଧରି ହିଞ୍ଜିଳିକାଟୁ ଓ ତାହାର ଆଖପାଖ ଅଂଚଳରେ ବିଭିନ୍ନ ଗଠନ ମୂଳକ ଯଥା ରକ୍ତଦାନ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ କାର୍ଯ୍ୟକ୍ରମକୁ ଜାରି ରଖିଥିବା "ତ୍ରିରଙ୍ଗା ସେବା ସଂଘ"କୁ ଜଗତସିଂହପୁର ତୀର୍ତ୍ତୋଲ ଠାରେ "ସଂକଳ୍ପ ସ୍ବେଛାସେବୀ ସଂଗଠନ" ତରଫରୁ ସେବା ସମ୍ମାନରେ ସମ୍ମାନିତ କରାଗଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ଜନପ୍ରିୟ କବି ଡ଼. ଶୁଭ କୁମାର ଦାସଙ୍କ ସହ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିମାନେ ଯୋଗଦାନ କରି ସେବା କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରୁଥିବା ସଙ୍ଘମାନଙ୍କୁ ସମ୍ମାନିତ କରିଥିଲେ। ତ୍ରିରଙ୍ଗା ସେବା ସଙ୍ଘର ସଭାପତି ରଂଜନ କୁମାର ସାହୁ ଓ ସଂଯୋଜକ ନିଳାଞ୍ଚଳ ମୁନୀ ଓ ଶିବରାମ ବେହେରା ଏହି ସେବା ସମ୍ମାନକୁ ଗ୍ରହଣ କରିଥିଲେ। ଏହି ସମ୍ମାନ ସଙ୍ଘର ପ୍ରତିଟି ସଦସ୍ୟଙ୍କ ମନରେ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ନୂତନ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିବ ବୋଲି ସଙ୍ଘ ସଭାପତି ମତ ରଖିଥିଲେ । ହିଂଜିଲିକାଟୁ ଅଂଚଳର ଏକ ସାମାଜିକ ଅନୁଷ୍ଠାନକୁ ଜଗତସିଂହପୁର ଜିଲ୍ଲାରେ ପ୍ରାପ୍ତ ସମ୍ମାନ ଅଂଚଳ ପାଇଁ ଖୁସିର ଲହରୀ ଆଣିଦେଇଛି ।

(ରିପୋର୍ଟ୍ : କୃଷ୍ଣଚନ୍ଦ୍ର ସାହୁ) 

Post a Comment

0 Comments