X-Gen କଲେଜ୍ ଅଫ୍ ଭିଜୁଆଲ ଆର୍ଟ ବ୍ରହ୍ମପୁରର ନିଆରା ଢଙ୍ଗରେ ପାଳନ କରିଲେ ବିବେକାନନ୍ଦ ଜୟନ୍ତୀ

 

ସକାଳର ପହିଲି କିରଣରେ ବିବେକାନନ୍ଦ ବାଲୁକା ଚିତ୍ର ଝଲସି ଉଠିଥିଲା। ଯୁବ ପିଢ଼ିକୁ ବେସ୍ ଆକୃଷ୍ଟ କରିଥିଲା। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ଏବଂ ରଂଗ ବେରଙ୍ଗର ଫୋଟୋଚିତ୍ରକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁରର ସବ୍ କଲେକ୍ଟର ଶ୍ରୀ. କୀର୍ତ୍ତିବାସ, ଗୋପାଳପୁରର ଏନ.ଏ.ସି.ଇ ଓ ଶ୍ରୀ ଉମା ଶଙ୍କର ସେଠୀ, ପୂର୍ବତନ ବି.ଡି.ଓ ଅଧଯ ଶ୍ରୀ ସୁବାଷ ଚନ୍ଦ୍ର ମହାରଣା, ପୂର୍ବତନ ବ୍ରହ୍ମପୁର ଏମ୍.ଏଲ.ଏ ଓ ଶ୍ରୀ ରମେଶ ଚନ୍ଦ୍ର ପଟ୍ଟନାୟକ, ରୋଲାଣ୍ଡ କଲେଜ୍ ଗ୍ରୁପ୍ ର ସେକ୍ରେଟାରି ଶ୍ରୀ. ପ୍ରଶାନ୍ତ ପାତ୍ର, କୋଙ୍କୋରଡା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ  ପୋଟ୍ରେଟ୍, ସେଣ୍ଡ ଆର୍ଟ, ବାଲୁକା ଚିତ୍ର କଳାକୁ ପରିଭ୍ରମଣ କରିଥିଲେ  ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ 2 ଘଣ୍ଟା ବେଳାଭୂମି ସଫା କରାଯାଇଥିଲା। ଏକ ସୁନ୍ଦର ପରିବେଶ ବାର୍ତ୍ତାବରଣ ଅନୁଭବ ହେଉଥିଲା। ଏହିପରି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ X-Gen କଲେଜ୍ ଅଫ୍ ଭିଜୁଆଲ ଆର୍ଟ ଆପଣେଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ କର୍ମକର୍ତ୍ତା ଏବଂ ସମ୍ପୂର୍ଣ୍ଣ କଳାର ଅଧିକାରୀ  ତଥା କଲେଜର ପ୍ରିନସପାଲ୍ ଶ୍ରୀ. ଉଜ୍ଜଳ କୁମାର ସାହୁଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି। ଶ୍ରୀ. ଉଜ୍ଜଳ କୁମାର ସାହୁ ଏପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି।



Post a Comment

0 Comments