ମନୋଜଙ୍କ ନିଆରା କାଠକୃତି


ଓଡ଼ିଶାର ଗଞ୍ଜାମ ଜିଲ୍ଲାର  କଳା ସବୁବେଳେ ନିଆରା ଅଟେ। କଳା କ୍ଷେତ୍ରରେ ହେଉ କିମ୍ବା ପ୍ରାକୃତିକ ପରିବେଶ ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏକ କଳାର ପାଠଶାଳ ରୂପେ ପରିଚିତ ହୋଇଛି। କିଛି ନୂଆ କରି ଦେଖାଇବା ପାଇଁ ଏମିତି କିଛି କଳା ଏବଂ ବ୍ୟକ୍ତିବିଶେଷ୍ୟ ପାଇଁ ସବୁବେଳେ କଳାର ମହାନତା ବୁଝାଇ ହେଉଛି। କିଛି ଅଦରକାରୀ କାଠରେ ନେଇ ନିଜ କଳାକୁ ପରିଚିତ କରାଇ ପାରିଛନ୍ତି। କିଛି ନୂଆ କରି ଦେଖାଇବା ପାଇଁ ସେ ଅଣ୍ଟା ଭିଡିଛନ୍ତି। ସେ ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ମନୋଜ କୁମାର ସାହୁ । ନିଜର କର୍ମ କ୍ଷେତ୍ର ବ୍ରହ୍ମପୁର ହୋଇଥିବାରୁ ସେ ଏହି କଳା କାରୁକାର୍ଯ୍ୟ ନିଜର ବ୍ରହ୍ମପୁର ସହରଠାରୁ ଆରମ୍ଭ କରିଥିଲେ। ନିଜର କଳାର ବିକାଶ କରିବା ସହିତ ସମାଜକୁ ଏକ ସ୍ବତନ୍ତ୍ର ଏବଂ ସରସ ସୁନ୍ଦର କରିବା ପାଇଁ ମନ ବଳାଇଛନ୍ତି। ନିଜେ ବୁଲିବୁଲି ଅଦରକାରୀ ରଦୁ କାଠକୁ ନେଇ ନିର୍ମାଣ କରନ୍ତି, ସୁନ୍ଦର ସୁନ୍ଦର ମନ ଲାଗି ଉପହାର। କାଠରେ ମେହେନ୍ଦି ପକାଇ ଏବଂ କଲମ ମାଧ୍ୟମରେ ଆଙ୍କନ୍ତି ସୁନ୍ଦର ସୁନ୍ଦର ଚିତ୍ର ଏବଂ  ଏହା ସହିତ ନିଜର ଧର୍ମପତ୍ନୀ ଗୀତାଞ୍ଜଳି ସାହୁ ଓ ଝିଅ ପ୍ରୀତି ମଧ୍ୟ ସୁନ୍ଦର ମେହେନ୍ଦି ଚିତ୍ରରେ ହାତ ବଢାନ୍ତି ଯାହା ଲୋକଙ୍କ ପାଇଁ ବେଶ୍ ମନହୋର ହୋଇଥାଏ। ସେ ଏହି କଳା ପାଇଁ ବହୁତ ଜାଗାରେ ଉଚ୍ଚ ପ୍ରସଂଶିତ ହେବା ସହିତ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଗ୍ରହଣରେ ଉପହାର ସ୍ୱରୂପ ନିଜ କଳାକୁ ଆପଣଇଛନ୍ତି।




Post a Comment

0 Comments