'ଦଶ ଅପର୍ଣ୍ଣା' ପୁସ୍ତକ ଉନ୍ମୋଚିତ

ବ୍ରହ୍ମପୁର 08/02: ସ୍ଥାନୀୟ ରାମହରୀ ନଗର ସରସ୍ବତୀ ଶିଶୁ ମନ୍ଦୀର ପ୍ରାଙ୍ଗଣରେ ବସୁଧା କମ୍ପୁଟର ଦ୍ୱାରା ପ୍ରକାଶିତ ଏବଂ ବନ୍ଦନା ମହାପାତ୍ରଙ୍କ ସମ୍ପାଦନରେ ଦଶଜଣ ପ୍ରାବଂଧିକା  ଅମିତା ମିଶ୍ର (ଦାଶ), ପୁଷ୍ପାଞ୍ଜଳି ପଟ୍ଟନାୟକ, ବନ୍ଦନା ମହାପାତ୍ର, ସରୋଜିନୀ ସାହୁ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ରଂଜିତା ଦାଶ, ସ୍ଵର୍ଣ୍ଣମୟୀ ପାଢ଼ୀ, ପ୍ରମିତା ପଣ୍ଡା ଏବଂ କିରଣ ବାଳା ମିଶ୍ରଙ୍କ ଲିଖିତ ପ୍ରବନ୍ଧ ସଂକଳନ 'ଦଶ ଅପର୍ଣ୍ଣା' ଲୋକାର୍ପଣ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ସୁଶାନ୍ତ ଦାଶ, ମୁଖ୍ୟ ବକ୍ତା ଭାବେ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଶ୍ରୀ ଷଷ୍ଠୀ ଚରଣ ବିଷୋୟୀ ଏବଂ ସଭାପତିତ୍ୱ କରିଥିଲେ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଢ଼ୀ l କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଶ୍ରୀ ନରେଶ କୁମାର ବେହେରା l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ଅମିତା ମିଶ୍ର (ଦାଶ) |

Post a Comment

0 Comments